Hot Posts

6/recent/ticker-posts

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲେଭେଟେଡ୍ କରିଡର! ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୭/ ୪ : ଭୁବନେଶ୍ୱରର ଯାତାୟାତକୁ ଦେଖି ଆସୁଛି ବଡ଼ ସମାଧାନ! ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲେଭେଟେଡ୍ କରିଡର ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏକ ମାସ ମଧ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଏହିସହ ମାଉସୀମା’ ଛକ, କଳ୍ପନା ଛକ ଓ ରିଙ୍ଗ୍ ରୋଡ଼ ପ୍ରୋଜେକ୍ଟର ଡିପିଆର ମଧ୍ୟ ଚାଲିଛି। ବର୍ଷା ପୂର୍ବରୁ ଶିଳାନ୍ୟାସ, ବର୍ଷା ପରେ ଆରମ୍ଭ ହେବ ନୂଆ ଯୁଗର ଯାତାୟାତ କାର୍ଯ୍ୟ!