Hot Posts

6/recent/ticker-posts

ଧର୍ମାନ୍ତର ଉପରେ ମୋହନ ଭାଗବତଙ୍କ ବଡ଼ ବୟାନ: "ଲୋଭ କିମ୍ବା ଭୟ ଦ୍ୱାରା ଧର୍ମ ପରିବର୍ତ୍ତନ ଅଶୋଭନୀୟ

ନୂଆଦିଲ୍ଲୀ, ୧୩ /୪ :  — ରାଷ୍ଟ୍ରୀୟ ସ୍ୱଂଘ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଆଜି ଧର୍ମାନ୍ତରୀକରଣ ବିଷୟରେ ଏକ ଦ୍ରଢ଼ ବୟାନ ରଖିଛନ୍ତି। ଗୁଜରାଟ୍ ର ଭଲସାଡ ଜିଲ୍ଲାରେ ଅନୁଷ୍ଠିତ ଶ୍ରୀ ଭବ ଭବେଶ୍ୱର ମହାଦେବ ମନ୍ଦିରର ରୌପ୍ୟ ଜୟନ୍ତୀ ଅବସରରେ ସେ କହିଛନ୍ତି — "ଧର୍ମ ହେଉଛି ଖୁସିର ଉତ୍ସ, ଲୋଭ କିମ୍ବା ଭୟ ଦ୍ୱାରା ଧର୍ମ ପରିବର୍ତ୍ତନ ଅନୈତିକ ଓ ଅଶୋଭନୀୟ"। ମୋହନ ଭାଗବତ ଉପସ୍ଥିତ ଶ୍ରୋତାମାନଙ୍କୁ ସମ୍ବୋଧନ କରି କହିଛନ୍ତି, ଜୀବନରେ ଲୋଭ, ଭୟ ଓ ପ୍ରଲୋଭନ ଭଳି ଅନେକ ପରୀକ୍ଷା ଆସେ। କିନ୍ତୁ ଏହି ପରୀକ୍ଷା ମଧ୍ୟରେ ଧାର୍ମିକ ନୀତି ଓ ଦୃଢ଼ ବିଶ୍ୱାସ ରଖିବା ଜରୁରୀ। ଧର୍ମ କେବଳ ଉପାସନା ନୁହେଁ, ବରଂ ଏହା ଜୀବନ ପଦ୍ଧତି ଓ ମାନବୀୟ ମୂଲ୍ୟବୋଧ ର ଆଧାର। ସଂଘ ମୁଖ୍ୟ ଏହି ଅବସରରେ ସାଫ କହିଛନ୍ତି — "ଆମେ ଏକତା ଚାହୁଁ, ଦ୍ୱେଷ ନୁହେଁ। ଲଢ଼େଇ ଆମ ଉଦ୍ଦେଶ୍ୟ ନୁହେଁ, କିନ୍ତୁ ଆମେ ନିଜ ଆସ୍ଥା, ନିଜ ଧର୍ମ ଓ ସଂସ୍କୃତିକୁ ରକ୍ଷା କରିବାକୁ ବାଧ୍ୟ ହେଉଛୁ।" ସେ ଅନୁଭବ କରାଇଥିଲେ ଯେ ଏପରି ଶକ୍ତି ଏକ୍ଷଣି ମଧ୍ୟ ଅଛନ୍ତି, ଯେଉଁମାନେ ଲୋକଙ୍କୁ ଲୋଭ କିମ୍ବା ଭୟ ଦ୍ୱାରା ଧର୍ମ ପରିବର୍ତ୍ତନ କରିବାକୁ ଉତ୍ସାହିତ କରୁଛନ୍ତି। ମୋହନ ଭାଗବତଙ୍କ ଏହି ବୟାନ ଦେଶର ଧାର୍ମିକ ଓ ସାମାଜିକ ପଟଭୂମିରେ ଏକ ଗଭୀର ସନ୍ଦେଶ ରଖିଛି। ଆସନ୍ତା ଦିନରେ ଏହି ମତାମତ ନେଇ ରାଜନୈତିକ ମଞ୍ଚ ଓ ଜନମତରେ ଚର୍ଚ୍ଚା ବଢ଼ିବ ବୋଲି ଅନୁମାନ କରାଯାଉଛି।