Hot Posts

6/recent/ticker-posts

"ରୁହ ଅଫଜା" ବିରୋଧରେ ବାବା ରାମଦେବଙ୍କ ମନ୍ତବ୍ୟ! ଦିଲ୍ଲୀ ହାଇକୋର୍ଟର କଠୋର ଭର୍ତ୍ସନା!

ଦିଲ୍ଲୀ ହାଇକୋର୍ଟରେ ବିସ୍ଫୋରକ ମାମଲା! ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ହମଦର୍ଦ କମ୍ପାନୀ ଦାଖଲ କରିଥିବା ମାନହାନି ମାମଲାରେ କୋର୍ଟ କହିଲା– "ଏମିତି ମନ୍ତବ୍ୟ କେବଳ ଅଗ୍ରହଣୀୟ ନୁହେଁ, କୋର୍ଟର ବିବେକକୁ ମଧ୍ୟ ଦୋହଲାଇ ଦିଏ!" ବାବା ରାମଦେବ ଦାବି କରିଥିଲେ ଯେ ହମଦର୍ଦ ରୁହ ଅଫଜାର ଲାଭକୁ ମଦ୍ରାସା ଓ ମସଜିଦ ନିର୍ମାଣରେ ବ୍ୟବହାର କରୁଛି। ସେ ଏହି ପ୍ରସଙ୍ଗକୁ "ଶରବତ ଜିହାଦ" ବୋଲି କହିଥିଲେ, ଯାହାକୁ "ଲଭ ଜିହାଦ" ସହିତ ତୁଳନା କରିଥିଲେ।ହମଦର୍ଦ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟରେ କହିଥିଲେ, ଏହି ମନ୍ତବ୍ୟ କେବଳ ଉତ୍ପାଦ ବିରୋଧରେ ନୁହେଁ, ଧାର୍ମିକ ବିଭେଦ ଉତ୍ପନ୍ନ କରିବା ଉଦ୍ଦେଶ୍ୟରେ ହୋଇଛି। କୋର୍ଟ ମନ୍ତବ୍ୟକୁ "ଘୃଣା ଭାଷଣ" ଭାବେ ଦେଖି ରାମଦେବଙ୍କୁ ଭର୍ତ୍ସନା କରିଛି। ଏହି ମାମଲା ଏବେ ସମ୍ପୂର୍ଣ୍ଣ ଦେଶର ରାଜନୈତିକ ଓ ସାମାଜିକ ମଞ୍ଚରେ ଚର୍ଚ୍ଚାରେ। "ଶରବତ ଜିହାଦ" ମନ୍ତବ୍ୟ ବାବାଙ୍କୁ ମୁସିବତ ରେ ପକାଇଦେବ କି?