Hot Posts

6/recent/ticker-posts

ପାଟଣାଗଡ଼ରେ କାଳବୈଶାଖୀ ତାଣ୍ଡବ, ଗଛପଡ଼ି ଚାଲିଗଲା ଶ୍ରମିକ ଙ୍କ ଜୀବନ

ପାଟଣାଗଡ଼, ୧୯ / ୪ : ଗତ ଶୁକ୍ରବାର ରାତି, ପାଟଣାଗଡ଼ ବ୍ଲକ୍ ଅଞ୍ଚଳର ଲୋକେ ଗୋଟିଏ ଅପ୍ରତ୍ୟାଶିତ ଆକାଶୀ ରୂଦ୍ର ରୂପ ସହ ମୁକାବିଲା କରିବାକୁ ବାଧ୍ୟ ହେଲେ। ସନ୍ଧ୍ୟା ସାତଟା ଅଳ୍ପ ସମୟ ମଧ୍ୟରେ ଆସିଥିବା ବେପରୋଆ କାଳବୈଶାଖୀ ଝଡ଼ ଅଞ୍ଚଳରେ ଦେଇଗଲା ଭୟଙ୍କର ଛାପ।ପାଟଣାଗଡ଼ ବିନ୍ଧନପଦର ଗ୍ରାମର ପୀତବାସ କେତକୀ ନାମକ ଜଣେ ଶ୍ରମିକ ଝଡ଼ ସମୟରେ ଗଛ ତଳେ ଚାପି ହୋଇ ଜୀବନ ହାରାଇଥିଲେ। ଘଟଣା ସମୟରେ ସେ ବାକୀ ଛଅ ଜଣ ଶ୍ରମିକ ସହିତ ମଘାମରା ନିକଟ ଏକ ଘର ଭିତରେ ଆଶ୍ରୟ ନେଇଥିଲେ। କିନ୍ତୁ ଆକାଶ ଛୁଆଁ ବିପଦ ତାଙ୍କୁ ମାନିଲାନି—ଘର ଉପରେ ଗଛ ଉପୁଡ଼ି ପଡ଼ିଥିଲା, ଫଳରେ ଶ୍ରମିକମାନେ ଚାପି ହୋଇ ଗୁରୁତର ଆହତ ହେଲେ।ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଉପରେ ଗଛ ଡାଳ ପଡ଼ି ଶହର ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇପଡ଼ିଛି। କେନ୍ଦ୍ରୀୟ ବିଦ୍ୟାଳୟ ଅଞ୍ଚଳର ଭିତ୍ତିପ୍ରସ୍ତର ସ୍ଥାନରେ ଥିବା ଟେଣ୍ଟ ବି  ଉଡ଼ିଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଗଛ ଭାଙ୍ଗି ପଡ଼ି ଗେଟ୍ ଅବରୋଧ ହୋଇଯାଇଛି। ଏହି ଝଡ଼ ପ୍ରଭାବ ପାଟଣାଗଡ଼ ସହ ବ୍ରହ୍ମପୁରା ଅଞ୍ଚଳକୁ ବି ବ୍ୟାପିଥିଲା।ପୀତବାସଙ୍କ ମୃତଦେହ ପାଟଣାଗଡ଼ ଡାକ୍ତରଖାନାରେ ରଖାଯାଇଛି। ଶନିବାର ସକାଳେ ବିଧିବଦ୍ଧ ବ୍ୟବଚ୍ଛେଦ କରାଯିବ ବୋଲି ପରିବାର ଓ ପୋଲିସ ଉତ୍ସରୁ ସୂଚନା ମିଳିଛି। ଅନ୍ୟ ଆହତମାନେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।