Hot Posts

6/recent/ticker-posts

ଓଡ଼ିଶାରେ ତାପମାତ୍ରା ଅସହ୍ୟ ସୀମା କୁ ଛୁଇଁଲା: ଝାରସୁଗୁଡ଼ା ଏପ୍ରିଲ ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର, ୨୩ / ୪  – ଓଡ଼ିଶା ରେ ଗ୍ରୀଷ୍ମ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ଦିନ ଝାରସୁଗୁଡ଼ା ରେ ତାପମାତ୍ରା ୪୬.୨ ଡିଗ୍ରୀ ସେଲସିୟସ୍‌ ଛୁଇଁ, ଏପ୍ରିଲ ମାସର ୭୨ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ୧୯୫୩ ପରେ ୨୦୧୦ ମସିହାରେ ଏପ୍ରିଲ ମାସରେ ୪୬.୧ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା, ଯାହା ଏବେ ଇତିହାସ ହେଲା।ଏହି ବିପଜ୍ଜନକ ତାପମାନ ମାନିଛି ଯେ, ପଶ୍ଚିମ ଓଡ଼ିଶା ପ୍ରାୟ ସମସ୍ତ ଅଞ୍ଚଳ ୪୨ ଡିଗ୍ରୀ ଉପରେ ପାରଦ ଦେଖିଛି। ହୀରାକୁଦ ରେ ୪୪.୭ ଡିଗ୍ରୀ, ସମ୍ବଲପୁର ରେ ୪୪.୬, ବୌଦ୍ଧ ରେ ୪୪.୫, ଟିଟିଲାଗଡ଼ ରେ ୪୪, ସୁନ୍ଦରଗଡ଼ ଓ ସୋନପୁର ରେ ୪୩.୮, ବଲାଙ୍ଗୀର ୪୩.୨ ଡିଗ୍ରୀ ତାପମାତ୍ରା ରେ ଚଳିଛି।ଭବାନୀପାଟଣା, ବରଗଡ଼ ଓ ରାଉରକେଲା ରେ ତାପମାନ ୪୨.୮ ଡିଗ୍ରୀ ଥିବାବେଳେ ଅନୁଗୋଳ ୪୨.୩ ଡିଗ୍ରୀ ଓ ନୂଆପଡ଼ା ୪୨ ଡିଗ୍ରୀ ରେ ରହିଛି। ରାଜ୍ୟର ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ତାପମାତ୍ରା ଅନେକ ଉପରେ ଥିବା ଦେଖାଯାଇଛି – ତାଳଚେର ୪୦.୬, ପାରଳାଖେମୁଣ୍ଡି ୪୦, କେନ୍ଦୁଝର ୩୯.୯, ଚାନ୍ଦବାଲି ୩୮.୭, ଭୁବନେଶ୍ୱର ୩୬.୭ ଓ ବାଲେଶ୍ୱର ୩୫.୫ ଡିଗ୍ରୀ।ପାଣିପାଗ ବିଭାଗ ଅନୁସାରେ, ଏହି ତାପମାତ୍ରା ବୃଦ୍ଧି ଗଭୀର ଚିନ୍ତାର ବିଷୟ ଓ ଆଗାମୀ ଦିନ ଅଧିକ ତାପଦାହ ଆସିପାରେ ବୋଲି ସଚେତନ କରାଯାଇଛି।