ଅତାବିରା, ୧୪/୪ : ଅତାବିରା ଥାନା ଅଞ୍ଚଳର ପତ୍ରାପାଲି ଛକରେ ଶନିବାର ଦିନ ଗୁପ୍ତ ସୂଚନା ଉପରେ ଆଧାର କରି ଚଢ଼ାଉ କରିଥିବା ଅଭିଯାନରେ ପୁଲିସ୍ ୨୨୦ ବୋତଲ ବେଆଇନ କଫ୍ ସିରପ ଜବତ କରିଛି। ଏହି ଅଭିଯାନର ନେତୃତ୍ୱ ନେଇଥିଲେ ଥାନାଧିକାରୀ ପ୍ରକାଶ କର୍ଣ୍ଣ। ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଔଷଧ ବ୍ୟବସାୟ ଚାଲିଥିବା ନେଇ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ଥିଲା। ଏହି ମାମଲାରେ ଗିରଫ ହୋଇଛନ୍ତି ପତ୍ରାପାଲି ଗ୍ରାମର ଯୁବକ କିଶୋର ବଢେଇ। ସେ ଅନେକ ଦିନ ଧରି ବେଆଇନ ଭାବେ ଗୁପ୍ତ ଭଣ୍ଡାରରେ ଏହି ଖତରନାକ ଔଷଧ ସଂଗ୍ରହ କରି ବିକ୍ରି କରୁଥିଲେ ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଛି।ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଘଟଣା ଉପରେ ପ୍ରଶାସନ ଆଉ ଅଧିକ ଗମ୍ଭୀରତାରେ ତଦନ୍ତ ଆରମ୍ଭ କରିଛି। ଅଞ୍ଚଳରେ ବେଆଇନ ଔଷଧ ବ୍ୟବସାୟ ଉପରେ ଏହି ଅଭିଯାନ ଏକ ସ୍ପଷ୍ଟ ସନ୍ଦେଶ ଦେଉଛି — ଅପରାଧ ଯେପରି ଦୀର୍ଘଦିନ ଚାଲିଥିଲେ ମଧ୍ୟ, ଏଥିପାଇଁ ମୁକ୍ତି ନାହିଁ।