Hot Posts

6/recent/ticker-posts

ଶିକାରୀଙ୍କ ଜାଲରେ ବାର୍‌ହା, ବନବିଭାଗର ଚଢ଼ାଉରେ ଚାରି ଅଟକ

ଦେବଗଡ଼, ୧୧/୪: ବନ୍ୟପ୍ରାଣୀ ସୁରକ୍ଷା ନୀତିକୁ ଅଣଦେଖା କରି ଶିକାରୀମାନେ ଆଉଥରେ ତାଙ୍କ ଶିକାର ଚଲାଇଛନ୍ତି। ବାରକୋଟ ବନାଞ୍ଚଳର ବଳମ ଫରେଷ୍ଟ ସେକ୍ସନଅନ୍ତର୍ଗତ ପଞ୍ଚମହଲା ଗ୍ରାମ ନିକଟର ଖସଡ଼ା ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ବାର୍‌ହା ଅନୁମାନିତ ଭାବେ ଶିକାର ହୋଇଛି। ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଚାରି ଶିକାରୀକୁ ଅଟକ ରଖିଛନ୍ତି।

ସୂତ୍ରମୁତାବକ, ମୃତ ବାର୍‌ହା ପାଣି ପିବାକୁ ଆସିଥିବା ବେଳେ ପୂର୍ବରୁ ଲୁଚିଥିବା ଶିକାରୀମାନେ ତା’କୁ ଲକ୍ଷ୍ୟ କରି ଶିକାର କରିଥିଲେ। ଏହି ଘଟଣା ସମ୍ପର୍କରେ ବିଶ୍ୱସ୍ତ ଖବର ମିଳିବା ପରେ ବନବିଭାଗ କର୍ମଚାରୀମାନେ ପଞ୍ଚମହଲା ପତ୍ରଫଡ଼ି ନିକଟରେ ଚଢ଼ାଉ କରି ମୃତ ବାର୍‌ହା ସହିତ ଶିକାରୀମାନଙ୍କୁ ଧରିଥିଲେ। ଅଟକ ଥିବା ଚାରି ଶିକାରୀ ମଧ୍ୟରୁ ଦୁଇଜଣ ଘୁରୁଡୁଖମଣ ଗ୍ରାମର, ଗୋଟିଏ ଚକ୍ରପାଲି ଗ୍ରାମର ଓ ଅନ୍ୟଜଣ କେନ୍ଦୁଝର ଜିଲାର ବେଳେ ଘୁରୁଡୁଖମଣରେ ବାସ କରୁଥିଲେ। ସେମାନଙ୍କୁ ବାରକୋଟ ବନାଞ୍ଚଳରେ ରଖି ଅଧିକ ପଚରାଉଚରା କରାଯାଉଛି।

ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧାନାଜି ରାଓସୋ ସୂଚନା ଦେଇଛନ୍ତି ଯେ, ଆସନ୍ତାକାଲି ବାର୍‌ହାର ବ୍ୟବଚ୍ଛେଦ ପରେ ଘଟଣାର ସଠିକ୍ ଚିତ୍ର ଏବଂ ଦୁଷ୍କର୍ମରେ ସଂଳିପ୍ତ ଅନ୍ୟମାନଙ୍କ ଅସ୍ତିତ୍ୱ ସାମ୍ନାକୁ ଆସିବ। ଦୋଷୀମାନଙ୍କୁ ଗିରଫ କରି ଆଇନଗତ କାର୍ଯ୍ୟବାହି କରାଯିବ।ବନ ଅଞ୍ଚଳରେ ନିୟମିତ ଶିକାର ଘଟଣା ପ୍ରଶାସନର ଅଦୂରଦର୍ଶିତାକୁ ଉଜାଗର କରୁଛି। ଏହା ପ୍ରତିରୋଧ ପାଇଁ ସୁସଂଗଠିତ ପାଟ୍ରୋଲିଂ ଓ ଦୃଢ଼ ନିୟନ୍ତ୍ରଣ ଅତିଆବଶ୍ୟକ।