Hot Posts

6/recent/ticker-posts

"ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ" — ଜୟନାରାୟଣଙ୍କ ବିସ୍ଫୋରଣୀ ବୟାନ ରାଜନୈତିକ ଅଞ୍ଚଳ ଗରମ କଲା

ଭୁବନେଶ୍ୱର, ୧୨/୪ : ଓଡ଼ିଶା ରାଜନୈତିକ ମଞ୍ଚରେ ବର୍ତ୍ତମାନ ୱକ୍‌ଫ ଝଡ଼ର ଚର୍ମ ସିମା। ଏଥିପାଇଁ ବିଜେଡି ଶିବିର ମଧ୍ୟରେ ଅସନ୍ତୋଷ ଓ ଅନ୍ତର୍ଦ୍ୱନ୍ଦ ବାହାରି ଆସିଛି। ଏହି ପରିପ୍ରେକ୍ଷିତରେ ବିଜେଡି ନେତାଙ୍କ ବୟାନ ପରେ ବୟାନ ମିଳୁଥିବା ବେଳେ, ଏବେ ବିଜେଡି ଉପରେ ଉଚ୍ଚ ଦାବରେ ପ୍ରବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର।

ଶନିବାର ଗଣମାଧ୍ୟମ ସାମ୍ନାରେ ଦିଆ ବୟାନରେ ତିନି ଟିକା କାର୍ଯ୍ୟ କରିଛନ୍ତି ମିଶ୍ର। ସେ କହିଛନ୍ତି, "ମୁଁ ଗୋଟିଏ ହୁଇସିଲ ଫୁଙ୍କିଲେ — ବିଜେଡି ଭାଙ୍ଗିଯିବ।" ଏହି ବକ୍ତବ୍ୟ ଶବ୍ଦ ମାତ୍ର ନୁହେଁ, ଏହା ଗଭୀର ରାଜନୈତିକ ସୂଚନା ଦେଉଛି। ସେ ପରୋକ୍ଷ ଭାବେ ଭିତରୁ ବିଜେଡିର ଖଣ୍ଡନର ସଙ୍କେତ ଦେଉଛନ୍ତି, ଓ ଏହାର ଶିରୋମଣି ରୂପେ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଜୟନାରାୟଣ ଅଭିଯୋଗ କରିଛନ୍ତି, ବିଜେଡିର ଅନେକ ନେତା ତାଙ୍କ ସହ ସମ୍ପର୍କ ରଖି ସତ୍ୟ ଉଚ୍ଚାରଣ କରୁଛନ୍ତି। ସେ କହିଛନ୍ତି, "ମୁଁ ସାହସ ଦେଲି, ତେଣୁ ତାଙ୍କମନେ କହିପାରୁଛନ୍ତି। ଆହୁରି ଅଧିକ ଲୋକ କହିଲେ ତେଁ ଆସଳ ଚିତ୍ର ବାହାରିବ।" ଖଣି ଓ ପାଣି ଲୁଟିବା ଅଭିଯୋଗ ଉଠାଇ ଜୟନାରାୟଣ ଶକ୍ତ ଶବ୍ଦରେ ଚେତାବନୀ ଦେଇଛନ୍ତି, "ଓଡ଼ିଶାର ସମ୍ପତ୍ତି ଯିଏ ଲୁଟୁଛି,ତାକୁ ଛଡ଼ାଯିବ ନାହିଁ।" ସେ ଆଉ କହିଛନ୍ତି, "ନବୀନ ବାବୁଙ୍କ ସହ କେମିଷ୍ଟ୍ରି ମୋତେ ଜଣା ନୁହେଁ, ତଥାପି ବୁଦ୍ଧି ଉଦୟ ହେବା ଦରକାର। ବହୁତ ଦିନର ସଞ୍ଚିତ ଅସନ୍ତୋଷ ବିଦ୍ରୋହର ରୂପ ନେଇଛି।"ସେ ବିଧାନସଭା ଓ ରାଜ୍ୟସଭାରେ ବିଜେଡି ବିଧାୟକଙ୍କ ନିଷ୍କ୍ରିୟତାକୁ ନିଶାନା କରି କହିଛନ୍ତି, "ବିଜେଡି ଲୋପ ପାଇବା କେବଳ ଭାଜପାର ଇଚ୍ଛା ଉପରେ ନିର୍ଭର କରେ।" ଏହି ବୟାନ ତାଙ୍କ ରାଜନୈତିକ ଆକ୍ଷେପ ଓ ଭବିଷ୍ୟତ ଯୋଜନା ପ୍ରତି ଏକ ଖୋଲା ସୂଚନା।

ବିଜେଡିର ଭିତରେ ଅସନ୍ତୋଷର ଅଗ୍ନିଶିଖା ବିରୋଧୀ ଶିବିରରେ ଆଶାର ଅଲୋକ ହେଉଛି। ଜୟନାରାୟଣଙ୍କ ବକ୍ତବ୍ୟ ଦଳ ଭିତରେ ଚାପ ବଢ଼ାଇଛି, ଓ ଏହି ଝଡ଼ କେଉଁଠି ଯାଇ ରୁକିବ — ଏହା ଦେଖିବାକୁ ରାଜନୈତିକ ପରିଦୃଶ୍ୟ ଅପେକ୍ଷା କରୁଛି।