Hot Posts

6/recent/ticker-posts

ଜିଡିଏସ ନିଯୁକ୍ତି ଠକେଇ ମାମଲାରେ CBI ର ମହାଅଭିଯାନ!

ଭୁବନେଶ୍ୱର: 2023 ର ଗ୍ରାମୀଣ ଡାକ ସେବକ ନିଯୁକ୍ତି ଠକେଇ ଘଟଣାକୁ ନେଇ CBI ବୁଧବାର ଓଡ଼ିଶାର 5 ଜିଲ୍ଲାର 12ଟି ସ୍ଥାନରେ ବ୍ୟାପକ ତଲାସୀ ଅଭିଯାନ ଚଳାଇଛି। ଭୁବନେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ ମାଷ୍ଟରମାଇଣ୍ଡ ଓ ମଧ୍ୟସ୍ଥଙ୍କ ଘର ଟାର୍ଗେଟ ହୋଇଛି। ଜାଲିଆତି ମାଧ୍ୟମରେ ଚାକିରି ପାଇଥିବା ପ୍ରାର୍ଥୀମାନେ ନିଜକୁ ମାଟ୍ରିକ୍ ପାସ୍‌ ବୋଲି ଜାଲି ସାର୍ଟିଫିକେଟ୍ ଦାଖଲ କରିଥିଲେ। ତଦନ୍ତରେ ଏନଆଇଓଏସ ଓ ଉପି ବୋର୍ଡ ର ଜାଲି ମାର୍କସିଟ୍ ତିଆରିର ଫାକ୍ଟରି ରହିଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ 58 ଅଭିଯୁକ୍ତ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ। ଅଧିକ ଅଭିଯୁକ୍ତ ଓ ମାଷ୍ଟରମାଇଣ୍ଡଙ୍କ ପର୍ଦାଫାଶ ପାଇଁ ତଦନ୍ତ ଜାରି!