Hot Posts

6/recent/ticker-posts

୫୦ ବର୍ଷୀୟ ବ୍ୟକ୍ତି ଙ୍କୁ ଗୁଣିଗାରେଡି ସନ୍ଦେହ ରେ ପିଟି ପିଟି ମାରିଦେଲେ, ଛଡ଼େଇବାକୁ ଯାଇ IIC ଗୁରୁତର

ରାୟଗଡ଼ା, ୨୨/୪ : ରାୟଗଡ଼ା ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଗୁଣି ସନ୍ଦେହକୁ କେନ୍ଦ୍ର କରି ଘଟିଥିବା ଏକ ମନୁଷ୍ୟତାକୁ ଲଜ୍ଜିତ କରୁଥିବା ଘଟଣା ରାତିର ନିରବତାକୁ କମ୍ପାଇ ଦେଇଛି। ପଦ୍ମପୁର ତେଲିସାହିର ୫୦ ବର୍ଷୀୟ ଭୈରବ ସାହୁ ସଂଘବଦ୍ଧ ଆକ୍ରମଣରେ ଜୀବନ ହରାଇଛନ୍ତି। ଗୁଣି ଗାରେଡ଼ି ସନ୍ଦେହରେ ଲୋକେ ତାଙ୍କୁ ରାତି ୧୨ଟା ସମୟରେ ଧରି ପିଟି ମାରିଦେଇଥିଲେ।ଘଟଣାସ୍ଥଳକୁ ପହଞ୍ଚି ଆକ୍ରମଣକାରୀଙ୍କୁ ଅଟକାଇବା ବେଳେ ପଦ୍ମପୁର ଆଇଆଇସି ଧରଣୀଧର ପ୍ରଧାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗୁରୁତର ଚୋଟ ଲାଗିଥିବା ଓ ଷ୍ଟିଚ ଲାଗିଛି ବୋଲି ସୂଚନା ମିଳିଛି।ଏହି ଦୁଃଖଦ ଘଟଣା ପରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏଏସ୍‌ପି ଅମୂଲ୍ୟ ଧର ଓ ଗୁଣପୁର ଏସ୍‌ଡିପିଓ ବାବୁଲି ନାୟକ ନେତୃତ୍ୱରେ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖାଯାଉଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଜୋରଦାର ଚେଷ୍ଟା କରୁଛି, କିଛି ଲୋକଙ୍କୁ ଅଟକ କରି ତଦନ୍ତ ଜାରି ରହିଛି।ଏହି ମାମଲାରେ ପଦ୍ମପୁର ଥାନାରେ କେସ୍ ନଂ ୬୦ ରେ ମାମଲା ରୁଜୁ କରାଯାଇଛି।