Hot Posts

6/recent/ticker-posts

NCC କ୍ୟାମ୍ପ ରେ ନମାଜ ପଢ଼ିବାକୁ କରାଯାଇଥିଲା ବାଧ୍ୟ

ଛତିଶଗଡ଼, ୨୭/୪ : ବିଲାସପୁର NCC କ୍ୟାମ୍ପ ରେ ଛାତ୍ର ମାନଙ୍କୁ ନମାଜ ପଢ଼ିବାକୁ ବାଧ୍ୟ କରାଯାଇଥିବା ର ଦୃଶ୍ୟ ଦେଖିବାକୁ ମିଳିଛି, କୋଟା ଥାନା ଅଧୀନ ଶିବତରାଇ ଗାଁରେ ମାର୍ଚ୍ଚ ୨୬ ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଚାଲିଥିବା ଶିବିରରେ ୧୫୯ ଛାତ୍ରଛାତ୍ରୀଙ୍କୁ ନମାଜ ପଢ଼ିବାକୁ ବାଧ୍ୟ କରାଯାଇଥିଲା, ଯେଉଁଥିରେ କେବଳ ୪ ଜଣ ମୁସଲମାନ ଥିଲେ। ଏହି ସମୟରେ ଛାତ୍ରଛାତ୍ରୀମାନେ ଜୋରଦାର ବିରୋଧ ମଧ୍ୟ କରିଥିଲେ। ଘଟଣା ଉପରେ ଦକ୍ଷିଣପନ୍ଥୀ ସଂଗଠନମାନେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାକୁ ଆସିଥିଲେ । ବରିଷ୍ଠ ପୁଲିସ ଅଧୀକ୍ଷକ ରାଜନେଶ ସିଂହ ଦ୍ୱାରା ଗଠିତ ୪ ସଦସ୍ୟର ତଦନ୍ତ କମିଟି ରିପୋର୍ଟ ଦେବା ପରେ ଶନିବାର ୭ ଜଣ ଶିକ୍ଷକ ଏବଂ ଜଣେ ଛାତ୍ର ଆୟୁଷ୍ମାନ ଚୌଧୁରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ହୋଇଛି ବୋଲି ଖବର ମିଳିଛି