ନୂଆଦିଲ୍ଲୀ, ୧୩/୪ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତହୱୁର ରାଣାକୁ ନିଆରା ଭାବେ ସୁରକ୍ଷିତ ରଖି ଜାରି ରହିଛି ତଦନ୍ତ। ଏନଆଇଏ (NIA) ତାଙ୍କୁ ତିନି ଘଣ୍ଟା ଧରି ପ୍ରଶ୍ନ କ ରାଯାଇଛି ବୋଲି ସୂଚନା ମିଳିଛି। ଶନିବାର ଦ୍ୱିତୀୟ ଦିନ ତଳେ ହେଉଥିବା ପଚରାଉଚରା ମଧ୍ୟରେ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରାଯାଇଛି।ରାଣା ବର୍ତ୍ତମାନ ନୂଆଦିଲ୍ଲୀ CGO କମ୍ପ୍ଲେକ୍ସ ରେ ଅବସ୍ଥିତ ଏନଆଇଏ ମୁଖ୍ୟାଳୟରେ ଉଚ୍ଚ ସୁରକ୍ଷିତ କୋଠରୀ ମଧ୍ୟରେ ରଖାଯାଇଛନ୍ତି। ସେଠାରେ ସୁରକ୍ଷା ବ୍ୟବସ୍ଥା ଏପରି ଯେ, ୨୪ ଘଣ୍ଟା ଧରି ନଜରଦାରୀ ଚାଲିଛି। ରାଣାଙ୍କ ତରଫରୁ କୁରାନ, କଲମ ଓ କାଗଜ ଦାବି କରାଯାଇଥିଲା, ଯାହା ତାଙ୍କୁ ଦିଆଯାଇଛି। ଏହା ଉପରେ କଢ଼ା ନଜର ରଖାଯାଉଛି କାରଣ ସେ କଲମ ଦ୍ୱାରା ନିଜକୁ କ୍ଷତି ନ ପହଞ୍ଚାନ୍ତି। ଏହି କୋଠରୀରେ ରାଣା ପ୍ରତିଦିନ ପାଞ୍ଚଥର ନମାଜ ପଢୁଛନ୍ତି।ସେ ଏବେ ଏନଆଇଏ ହେପାଜତରେ ୧୮ ଦିନ ରହିବେ। ଏହି ସମୟ ମଧ୍ୟରେ ପ୍ରତିଦିନ ଓକିଲ ସହ ଭେଟିବା ଓ ୪୮ ଘଣ୍ଟାରେ ଏକଥର ଡାକ୍ତରୀ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଉଛି। ତାଙ୍କ ବିରୋଧରେ UAPA ଅଧୀନରେ ମାମଲା ଚାଲିଛି। ଭାରତକୁ ଅମେରିକାରୁ ପ୍ରତ୍ୟର୍ପଣ ପରେ, ଏହି ମାମଲା ନେଇ ଦେଶର ସର୍ବୋଚ୍ଚ ତଦନ୍ତ ଏଜେନ୍ସୀ ନଜର ରଖି ଚାଲିଛି।